Latest Odisha News

BREAKING NEWS

ଏନଆଇଏକୁ ବହୁତ ବଡ ସଫଳତା: ପଶ୍ଚିମବଙ୍ଗ, କେରଳରୁ ଧରାପଡିଲେ ୯ ଅଲକାଏଦା ଆତଙ୍କବାଦୀ

ମୁର୍ସିଦାବାଦ:ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ୯ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଛନ୍ତି । ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନଆଇଏ)ର ଏହା ଏକ ବହୁତ ବଡ ସଫଳତା ଭାବେ ବିବେଚନା କରାଯାଉଛି । ଆଗକୁ ଗିରଫଙ୍କ ସଂଖ୍ୟା ବଢ଼ିପାରେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।

BjdElectrycity

ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଦେଶର କେତେକ ସ୍ଥାନରେ ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିଲେ । ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଡିଜିଟାଲ ଉପକରଣ, ଡକ୍ୟୁମେଂଟ, ଜିହାଦୀ ସାହିତ୍ୟ ଓ ଅସ୍ତ୍ରଶସ୍ତ୍ର ମିଳିଛି ।

ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ଲିୟୁ ଇନ ଅହମ୍ମଦ, ଅବୁ ସୁଫିୟାନ, ନଜମୁକ ଶକିବ, ମୈନୁଲ ମଣ୍ଡଳ, ଅଲ ମୈମୁନ କମାଲ, ଅତୀଉର ରହମାନ (ପଶ୍ଚିମବଙ୍ଗରୁ) ଏବଂ ମୋସାରଫ ହୁସେନ, ୟାକୁବ ବିଶ୍ୱାସ ଓ ମୁର୍ଶିଦ ହାସନ କେରଳରୁ ଗିରଫ ହୋଇଛନ୍ତି । ପୂର୍ବରୁ ୟୁଏନ ଭାରତକୁ ଏଥିନେଇ ସତର୍କ କରାଇଥିଲା । ଭାରତୀୟ ଉପମହାଦ୍ୱୀପରେ ଅଲକାଏଦା (ଏଫୟୁଆଇଏଓ) ସଂଗଠନ ମଜଭୁତ କରିବା ସହ ଆକ୍ରମଣର ଷଡଯନ୍ତ୍ର ରଚିଥିଲା ।

Leave A Reply

Your email address will not be published.