ପ୍ୟାରିସ୍:ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ ଦିଆଯାଇଛି । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହା ବାକ୍ ସ୍ୱାଧୀନତାର ଉଲ୍ଲଘଂନ ବୋଲି କହିଥିଲେ । ଇସଲାମିକ ଦେଶଗୁଡ଼ିକ ଏ ନେଇ ଫ୍ରାନ୍ସ ରାଷ୍ଟ୍ରପତିକୁ ସମାଲୋଚନା କରୁଥିବା ବେଳେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ପକ୍ଷରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।
ମହମ୍ମଦଙ୍କୁ ଅସମ୍ମାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାର ଅଧିକାର ପ୍ରତ୍ୟେକ ମୁସଲିମଙ୍କର ଅଛି ବୋଲି ଅଲ କାଏଦା ପକ୍ଷରୁ ଚେତାବନୀ ଦିଆଯାଇଛି । ଅଳ୍ପ ସଂଖ୍ୟକମାନେ ଫ୍ରାନ୍ସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ବହୁ ମୁସଲିମ ରାଷ୍ଟ୍ର ଫ୍ରାନ୍ସ ସାମଗ୍ରୀ ବୟକଟ କରିବାକୁ ଆରମ୍ଭ କଲେଣି ।
Comments are closed.