Latest Odisha News

ଡିସେମ୍ବର ୨୩ରୁ ଖୋଲିବ ଅଲାରନାଥ ଓ ବାଲିହରଚଣ୍ଡି ମନ୍ଦିର

ପୁରୀ: ବହୁ ପ୍ରତିକ୍ଷା ପରେ ଧିରେଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଲାଗି ଅନୁମତି ମିଳୁଛି।

ଏଭଳି ଭାବେ ପୁରୀ ଜିଲ୍ଲାର ଅଲାରନାଥ ମନ୍ଦିର ଡିସେମ୍ବର ୨୩ରୁ ପୁଣି ଖୋଲିବ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି। ଏହି ଦିନରେ ମଧ୍ୟ ଖୋଲିବ ବାଲିହରଚଣ୍ଡି ମନ୍ଦିର।

ଏହି ଦୁଇଟି ମନ୍ଦିର କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ହୋଇଥିଲା। ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୨୫, ୩୧ ଏବଂ ନୂଆବର୍ଷରେ ମନ୍ଦିର ବନ୍ଦ ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Comments are closed.