Latest Odisha News

ବନ୍ଦ ହେଲା ଅଲାରନାଥ ମନ୍ଦିର; ଚିନ୍ତାରେ ପୂଜକ

ପୁରୀ: ବନ୍ଦ ହେଲା ଅଲାରନାଥଙ୍କ ମନ୍ଦିର। ଓଡ଼ିଶା ସରକାରଙ୍କ ଦ୍ବାରା ଲକ୍‌ଡାଉନ୍‌ ଘୋଷଣା ପୁରୀ ଜିଲ୍ଲାର ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରର ପୂଜକଙ୍କ ସମେତ ଅନ୍ୟ ମନ୍ଦିରର ପୂଜାରୀ ସେମାନଙ୍କ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ଅଲାରନାଥ ମନ୍ଦିର ଏବଂ ମା ବାଲିହରଚଣ୍ଡୀ ପୀଠ ଜିଲ୍ଲାର ଏମିତି କେତେକ ମନ୍ଦିର ମଧ୍ୟରେ ରହିଛି ଯେଉଁଠାରେ ପୂଜକମାନେ ସେମାନଙ୍କ ଜୀବିକା ପାଇଁ ଭକ୍ତଙ୍କ ଦାନ ଉପରେ ନିର୍ଭର କରିଥାନ୍ତି।

ଲକ୍‌ଡାଉନ୍‌ ପୂର୍ବରୁ ଜିଲ୍ଲା ପ୍ରଶାସନ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାର ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବନ୍ଦ କରି ଦେଇଥିଲା।

ଯେଉଁମାନେ ମେ ୧୬ରେ ମନ୍ଦିର ଖୋଲିବା ନେଇ ଆଶା ରଖିଥିଲେ, ସେମାନଙ୍କୁ ପୁନର୍ବାର ଖୋଲିବାକୁ ଆଉ ଚାରି ଦିନ ଅପେକ୍ଷା କରିବାକୁ ପଡିବ। ଭକ୍ତମାନଙ୍କୁ ଏଥର ଅନୁମତି ଦିଆଯିବ କି ନାହିଁ ତାହା ମଧ୍ୟ ସେମାନେ ନିଶ୍ଚିତ ନୁହଁନ୍ତି।

Comments are closed.