Latest Odisha News

ରେକର୍ଡ୍ ଦରରେ ନିଲାମ ହେଲା ଆଇନ୍‌ଷ୍ଟାଇନ୍‌ଙ୍କ ହସ୍ତଲିପି

ଭୁବନେଶ୍ୱର: ନିଲାମ ହୋଇଛି ଆଲବର୍ଟ ଆଇନଷ୍ଟାଇନଙ୍କ ବିରଳ ହସ୍ତଲିପି । ଗତ ମଙ୍ଗଳବାର ପାରିସରେ ଅକ୍ସନ୍ ହାଉସ୍ ଖ୍ରିଷ୍ଟିସ୍ ମୋଟା ଅଙ୍କର ଅର୍ଥ ବଦଳରେ ଆଇନଷ୍ଟାଇନଙ୍କ ଏକାଧିକ ହସ୍ତଲିପି ନିଲାମ କରିଥିଲା ।

ଆଇନଷ୍ଟାନଙ୍କର ୫୪ ପୃଷ୍ଠା ସମ୍ବଳିତ ହସ୍ତଲିପିର ପ୍ରାଥମିକ ନିଲାମ ଦର ୨ରୁ ୩ ମିଲିଅନ ୟୁରୋ ଧାର୍ଯ୍ୟ କରାଯାଇଥିଲା । ହେଲେ ନିଲାମ ସମୟରେ ହସ୍ତଲିପିଗୁଡିକ ୧୩. ୧୭ ମିଲିଅନ ଡଲାର୍ ତଥା ୧୧.୭ ମିଲିଅନ୍ ୟୁରୋସରେ ବିକ୍ରୟ ହୋଇଥିଲା । ନିଲାମ ହୋଇଥିବା ସମସ୍ତ ହସ୍ତଲିପିଗୁଡିକ ପୂର୍ବରୁ ସ୍ୱିଜରଲାଣ୍ଡର ପଦାର୍ଥ ବିଜ୍ଞାନୀ ମିସେଲ୍ ବେସୋଙ୍କ ହେପାଜତରେ ରହିଥିଲା । ୧୯୧୩-୧୪ ସମୟରେ ଆଇନ୍‌ଷ୍ଟାଇନ୍ ଓ ମିସେଲ୍ ଏକାଠି ଏହି ହସ୍ତଲିପିକୁ ପ୍ରସ୍ତୁତ କରିଥିଲେ ।

ନିଲାମ ଡାକିଥିବା ସଂସ୍ଥାର ବିଶେଷଜ୍ଞ ଭିନ୍‌ସେଣ୍ଟ ବେଲୋୟଙ୍କ ଅନୁଯାୟୀ, “୧୯୧୯ ପୂର୍ବରୁ ଲିଖିତ ଆଇନଷ୍ଟାଇନଙ୍କ ହସ୍ତଲିପିଗୁଡିକ ଅତ୍ୟନ୍ତ ବିରଳ । ସେ ନିଜ ଗବେଷଣାକୁ ନେଇ ଖୁବ କମ୍ ଦସ୍ତାବିଜ ଅବଲମ୍ବନ କରୁଥିଲେ । ଏହି କାରଣରୁ ହସ୍ତଲିପିଗୁଡିକ ଖବ ଚଢା ଦରରେ ନିଲାମ ହୋଇଥିଲା ।” ତେବେ ଆଇନଷ୍ଟାଇନଙ୍କ ହସ୍ତଲିପିକୁ କିଣିଥିବା ବ୍ୟକ୍ତିଙ୍କ ପରିଚୟକୁ ନିଲାମକାରୀ ସଂସ୍ଥା ଗୁପ୍ତ ରଖିଛି ।

Leave A Reply

Your email address will not be published.