Latest Odisha News

BREAKING NEWS

କୋର୍ଟର ନିୟମକୁ ଅବମାନନା କଲେ ବ୍ରହ୍ମପୁରର ବଧୂ ତପସ୍ୱିନୀ

ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନବ ବିବାହିତା ବଧୂ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଶୁଣାଣି ହୋଇଛିା କୋର୍ଟ ତପସ୍ୱିନୀଙ୍କୁ ସଖୀ ସୁରକ୍ଷା ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତପସ୍ୱିନୀ କୋର୍ଟର ନିୟମକୁ ଅବମାନନା କରିଛନ୍ତି । ସେ କୋର୍ଟ ଥିବା ସମୟରେ ସମାଜସେବୀ ପ୍ରମିଳା ତ୍ରୀପାଠି ତାଙ୍କୁ ପୁଣି ଧାରଣା ସ୍ଥଳକୁ ନେଇ ଯାଇଛନ୍ତି ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବା ଆସନ୍ତା ୨୯ ତାରିଖ ଯାଏଁ ତପସ୍ୱିନୀଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପରିସରରରେ ଥିବା ସଖୀ ସୁରକ୍ଷା କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ସୁରକ୍ଷା ଦାୟିତ୍ୱ ବୈଦନାଥପୁର ଆଇଆରସିଙ୍କୁ ଦିଆଯାଇଛି । ପରବର୍ତ୍ତୀ ଶୁଣାଣିରେ ତପସ୍ୱିନୀଙ୍କୁ କୋର୍ଟରେ ହାଜର କରିବ ସଖୀ ସୁରକ୍ଷା କେନ୍ଦ୍ର । ଏସଡିଜେଏମ୍ କୋର୍ଟରେ ଥିବା ଜଜ୍ ସଂଗ୍ରାମ କୁମାର ମିଶ୍ର ମାମଲାର ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.