Latest Odisha News

BREAKING NEWS

ଉଡ୍ର ଚାରିଟେବୁଲ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପୁରୁଣା ବସ୍ତ୍ର ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ । ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ତଥା ସମାଜସେବୀ ମାୟାଧର ନାୟକଙ୍କ ଅଭିଯାନରେ ଅଣୁପ୍ରାଣୀ ହୋଇ ବାପୁଜୀନଗର ପ୍ୟାରିସ ବେକରୀ ଆଉଟଲେଟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି ପୁରୁଣା ବସ୍ତ୍ର ଓ ନୂତନ ବସ୍ତ୍ର ସଂଗହ ଅଭିଯାନ । ଲୋକଙ୍କ ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ।

କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ପୂବ ବର୍ଷ ୨୫ ହଜାରରୁ ଅଧିକ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଥିଲା । ଆଜି ଠାରୁ ଭୁବନେଶ୍ବର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ, ହାଇଦ୍ରାବାଦରେ ଥିବା ସମସ୍ତ ପ୍ୟାରିସ ବେକରୀ ଆଉଟଲେଟ ‘ଉଡ୍ର ବ୍ଲେସିଙ୍ଗ ବକ୍ସ’ର ଶୁଭାରମ୍ଭ ହୋଇଛି । ସମସ୍ତ ବ୍ୟକ୍ତି ଏଠାରେ ବସ୍ତ୍ରଦାନ କରିପାରିବେ ।

ଯେଉଁ ଆଗ୍ରହୀ ବ୍ୟକ୍ତି ସେମାନଙ୍କର ପୋଷାକକୁ ଦେବାକୁ ଚାହୁଁଛନ୍ତି, ସେମାନେ ପ୍ୟାରିସ ବେକରୀ ଆଉଟଲେଟ ଉଡ୍ର ବ୍ଲେସିଙ୍ଗ ବକ୍ସରେ ଦାନ କରିପାରିବେ । ଉଡ୍ର ତାକୁ ୱାସେକ୍ସ ହସ୍ପିଟାଲିଟି ସଲ୍ୟୁସନ ସହାୟତାରେ ସଫା କରିବା ସହ ରିସାଇକେଲ କରିବ । ଏଡାପରେ ଯେଉଁ ମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ, ସେମାନଙ୍କ ପାଖରେ ପହଞ୍ଚାଇ, ସେମାନଙ୍କ ମୁହଁରେ ହସ ଫୁଟାଇବ । ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ‘ଉଡ୍ର’ ପକ୍ଷରୁ ନିବେଦନ କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରି ଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ସୂର୍ଯ୍ୟ ପ୍ରକାଶ, ପ୍ୟାରିସ ବେକରୀ ଆଉଟଲେଟର ସତ୍ବାଧିକାରୀ ବି.ଟି ଭରଦ୍ବାଜ, ସିନେତାରକା ସମରେଶ ରାଉତରାୟ, ଶ୍ରୀତମ ଦାସ, ପୁନମ ମିଶ୍ର, ଶୁଭଶ୍ରୀ ମଙ୍ଗରାଜ, ଦେବୀ ପ୍ରସାଦ ମଙ୍ଗରାଜ, ପଓ୍ବନ ପାତ୍ର ଏବଂ ‘ଉଡ୍ର’ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.