ଓଟାୱା : କାନାଡାରେ -୫୫ ଡିଗ୍ରୀ ତଳକୁ ଖସିଲା ପାରଦ । ଶୀତଳ ତାପମାତ୍ରା ଏବଂ ଆର୍କଟିକ୍ ବାୟୁ ପଶ୍ଚିମ ପ୍ରଦେଶର ଅଧିକାଂଶ ସ୍ଥାନକୁ ପବନ ଥଣ୍ଡା ସହିତ -୫୫ ଡିଗ୍ରୀ ତଳକୁ ପାରଦ ଖସିଯିବାରେ ଲାଗିଛି । ଫଳରେ କାନାଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
କାନାଡା ସହିତ ଆଲବର୍ଟା , ବ୍ରିଟିସ କଲମ୍ବିଆ ବହୁ ଜାଗାରେ -୨୦ ଡିଗ୍ରୀ ପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇଛି । ଏଡନମଣ୍ଟ , କଲଗରୀରେ ମଧ୍ୟ ତାପମାତ୍ରା -୪୦ରୁ -୫୫ ମଧ୍ୟରେ ରହୁଛି । ଦୀର୍ଘ ୧୦ ବର୍ଷ ପରେ କାନାଡାର ତାପମାତ୍ରା -୫୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଜଳବାୟୁ ପରିବର୍ତ୍ତନ ହେତୁ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି । ଏହା ହେବା ଯୋଗୁଁ ଲୋକମାନେ ଘରୁ ବାହାରି ପାରୁନାହାଁନ୍ତି । ପ୍ରବଳ ଥଣ୍ଡା ଓ ସ୍ନୋ ଫଲ୍ ଜାରି ରହିବା ଯୋଗୁଁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
Comments are closed.