Latest Odisha News

BREAKING NEWS

ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ କଲେ ଅଲିମ୍ ଦର

ନୂଆଦିଲ୍ଲୀ:ପାକିସ୍ତାନୀ ଅମ୍ପାୟର ଅଲିମ ଦର ସର୍ବାଧକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି । ୫୨ ବର୍ଷୀୟ ଦର ୨୧୦ଟି ମ୍ୟାଚର ଅମ୍ପାୟର କାର‌୍ୟ୍ୟ ତୁଲାଇଛନ୍ତି । ତାଙ୍କ ପଛକୂୁ ଦ୍ବିତୀୟ ସ୍ଥାନରେ ରୁଡି କର୍ଟଜନ ଅଛନ୍ତି । ଯିଏକି ୨୦୯ ଟି ମ୍ୟାଚରେ ଅମ୍ପାୟରିଙ୍ଗ୍ କରି ସାରିଛନ୍ତି ।

ସେହିପରି ତୃତୀୟରେ ବିଲି ବାଉଡେନ୍‌(୨୦୦), ୪ର୍ଥରେ ଷ୍ଟିଭ୍ ବକନର (୧୮୧) ଅଛନ୍ତି । ୫ମ ସ୍ଥାନରେ ଯୁଗ୍ମ ଭାବେ ଡ୍ୟାଲି ହାର୍ପର ଓ ସାଇମନ ଟଫେଲ ଅଛନ୍ତି । ଉଭୟରେ ୧୭୪ଟି ମ୍ୟାଚରେ ଅମ୍ପାୟାର କାର‌୍ୟ୍ୟ ତୁଲାଇଛନ୍ତି । ରବିବାର ପାକିସ୍ତାନ ଓ ଜିମ୍ବାଓ୍ବେ ମଧ୍ୟରେ ଖେଳା ଯାଉଥିବା ସିରିଜର ଦ୍ବୀତୀୟ ମ୍ୟାଚରେ ଯେତେବଳେ ଅଲିମ୍ ଦାର ଅମ୍ପାୟରିଙ୍ଗ୍ କରିବାକୁ ଆସିଥିଲେ ସେତେବେଳେ ତାଙ୍କ ନାମରେ ଯୋଡ଼ି ହୋଇ ଯାଇଥିଲା ନୂଆ ରେକର୍ଡ ।

Comments are closed.