Latest Odisha News

BREAKING NEWS

ଜମ୍ମୁ-କଶ୍ମୀରର ଜେଲ ଗୁଡିକରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଶ୍ରୀନଗର: ଜମ୍ମୁ-କଶ୍ମୀର ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୂଚନା ପାଇବା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ କୋଟ ବଲବାଲ ଭଳି ଜେଲରେ ସୁରକ୍ଷା ବାହିନୀ ଜେଲଗୁଡ଼ିକର ସୁରକ୍ଷା ବଢ଼ାଇ ଦେଇଛନ୍ତି । ଏହି ଜେଲଗୁଡ଼ିକରେ ଅନେକ ବଡ଼ ଆତଙ୍କବାଦୀ ଏବଂ ଓଭର ଗ୍ରାଉଣ୍ଡ ୱାର୍କର (OGW) ବନ୍ଦୀ ଅଛନ୍ତି ।

ଏଭଳି ଖବର ପାଇବା ପରେ ଡିଜି ସିଆଇଏସଏଫ୍ ଶ୍ରୀନଗରରେ ସୁରକ୍ଷା ଗ୍ରୀଡର ଶୀର୍ଷ ଅଧିକାରୀମାନଙ୍କୁ ଭେଟିଥିଲେ । ଏବଂ ସମୀକ୍ଷା ପରେ, ଜେଲଗୁଡ଼ିକର ସୁରକ୍ଷା ବୃଦ୍ଧି କରାଯାଇଛି । ତେବେ ଅକ୍ଟୋବର ୨୦୨୩ରୁ CISF ଜମ୍ମୁ-କଶ୍ମୀର ଜେଲର ସୁରକ୍ଷା ଦାୟିତ୍ୱ ଭାର ନେଇଛି ।

ବର୍ତ୍ତମାନ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜମ୍ମୁ ଜେଲରେ ବନ୍ଦୀ ଥିବା ଦୁଇ ଜଣ ଓଭର ଗ୍ରାଉଣ୍ଡ ୱାର୍କର ନିସାର ଏବଂ ମୁସ୍ତାକଙ୍କୁ ପଚରାଉଚରା କରିଥିଲା । ଉଭୟ ଏପ୍ରିଲ ୨୦୨୩ରୁ ଜମ୍ମୁ ଜେଲରେ ବନ୍ଦୀ ଅଛନ୍ତି । ୧ ଜାନୁଆରୀ ୨୦୨୩ରେ ରଜୌରୀ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଉଭୟଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ଦୁଇ ଶିଶୁ ସମେତ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣର ପରଦିନ ଏକ ଆଇଡି ବିସ୍ଫୋରଣ ଘଟିଥିଲା।

ପହଲଗାମ ଆକ୍ରମଣ ପରଠାରୁ ଜମ୍ମୁ-କାଶ୍ମୀରରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ସେପଟେ ଜମ୍ମୁ-କାଶ୍ମୀ ପୁଞ୍ଛ ଜିଲ୍ଲାରେ ସର୍ଚ୍ଚ ଅପରେସନ୍‌ବେଳେ ଆଇଡି ବିସ୍ଫୋରକ ଜବତ ହୋଇଛି । ଆଜି ପୁଞ୍ଛ ଜିଲ୍ଲା ମାରୋଟ ଭିଲେଜ, ସୁରାନକୋଟ ଗାଁରେ ୫ଟି ଆଇଡି ଜବତ କରିଛି ସେନା ।

Comments are closed.