Latest Odisha News

BREAKING NEWS

ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବାହାଘର ଡେଟ୍‌ !

ମୁମ୍ବାଇ: ନଭେମ୍ବର-ଡିସେମ୍ବର ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରଶଂସକ ମଧ୍ୟ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଖବର ଅନୁଯାୟୀ ଭିକି କୌଶଲ ଓ କ୍ୟାଟ୍ରିନା କୈଫ, ରାଜକୁମାର ରାଓ- ପତ୍ରଲେଖା ଏବଂ ରଣବୀର କପୁର ଓ ଆଲିଆ ଭଟ୍ଟ ଏହି ଦୁଇ ମାସ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ। ତେବେ ରଣବୀର-ଆଲିଆଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ଆଶ୍ବସ୍ତକର ହୋଇନପାରେ।

BjdElectrycity

ବାସ୍ତବରେ ବିରଲ ଭିଆନି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର୍‌ କରିଛନ୍ତି। ଏହି ପୋଷ୍ଟରେ ସେ ରଣବୀର ଆଲିଆଙ୍କ ଫଟୋ ଉପରେ ଲେଖିଛନ୍ତି ଯେ ‘ବିବାହ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି’। ଏହା ସହିତ ଭାଇରାଲ କ୍ୟାପସନରେ ଲେଖିଛନ୍ତି, ‘ଏହି ବର୍ଷ ରଣବୀର-ଆଲିଆ ବିବାହ କରିବେ ନାହିଁ, କିନ୍ତୁ ଭିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହେବେ।’

Leave A Reply

Your email address will not be published.