Latest Odisha News

BREAKING NEWS

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ୩ ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ବେଙ୍ଗଲ ପୋଲିସ ଏହି ସୂଚନା ଦେଇଛି।

ଗତ ମାସରେ ଅଲପନ୍ ବନ୍ଦୋପାଧ୍ୟାୟଙ୍କ ପତ୍ନୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠିରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ସୋନାଲି କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି।

ଚିଠିରେ ଲେଖାଥିଲା, ‘ମ୍ୟାଡାମ୍, ତୁମ ସ୍ୱାମୀଙ୍କୁ ହତ୍ୟା କରାଯିବ। ତୁମ ସ୍ୱାମୀଙ୍କ ଜୀବନ କେହି ରକ୍ଷା କରିପାରିବେ ନାହିଁ।

Leave A Reply

Your email address will not be published.