Latest Odisha News

BREAKING NEWS

ଭଲ ଖବର; କୋଭାକ୍ସିନ ଟିକା ନେଇଥିଲେ ଯାଇପାରିବେ ବ୍ରିଟେନ

ନୂଆଦିଲ୍ଲୀ: ଭଲ ଖବର। ଏଣିକି କୋଭାକ୍ସିନ ଟିକା ନେଇଥିବା ଲୋକ ବ୍ରିଟେନକୁ ଯାତ୍ରା କରିପାରିବେ। ପରିଶେଷରେ ବ୍ରିଟେନ ଏହାର ଅନୁମୋଦିତ ଟିକା ତାଲିକାରେ ଭାରତର କୋଭାକ୍ସିନ୍ ଯୋଡିବାକୁ ଯାଉଛି। ବ୍ରିଟେନ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅନୁମୋଦିତ କୋଭିଡ-୧୯ ଟିକା ତାଲିକାରେ ଭାରତର କୋଭାକ୍ସିନକୁ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି। ନଭେମ୍ବର ୨୨ ରୁ, ଯେଉଁ ଯାତ୍ରୀମାନେ କୋଭାକ୍ସିନ ଟିକା ନେଇଛନ୍ତି ସେମାନଙ୍କୁ ଆଉ ବ୍ରିଟେନ ଯାଇ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ।

ଉଲ୍ଲେଖ ଥାଉ କି, ବ୍ରିଟେନ ସରକାରଙ୍କ ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କ‌ୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବା ପରେ ନେଇଛନ୍ତି।

ଏଥିସହ, ଭାରତରେ ନିର୍ମିତ କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା, କୋଭିଶିଲ୍ଡ ଗତ ମାସରେ ବ୍ରିଟେନର ଅନୁମୋଦିତ ତାଲିକାରେ ଯୋଡି ହୋଇଥିଲା। ଏହି ଟିକା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ଜରୁରୀକାଳୀନ ବ୍ୟବହାର ଅନୁମୋଦନ (EUA) ଆନ୍ତର୍ଜାତୀୟ ଭ୍ରମଣରେ ବୃଦ୍ଧି ଘଟାଇଥିଲା।

Leave A Reply

Your email address will not be published.