ଭୁବନେଶ୍ୱର : ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ପଦୋନ୍ନତି ବାତିଲ କରିବା ପୂର୍ବରୁ ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିଲା। ଏକ ବିଜ୍ଞପ୍ତିରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଭୟ ମହାନ୍ତିଙ୍କୁ ଅଧ୍ୟାପକ ଭାବରେ ୧୯୯୭ ଜାନୁଆରୀ ମାସ ୨ ତାରିଖରେ ଅବସ୍ଥାପିତ କରାଯାଇଥିଲା ।ଏଥିପାଇଁ ପେ ସ୍ଲେଲରେ ଦରମା ଦିଆଯାଉଥିଲା।ଅଭୟମହାନ୍ତି କେନ୍ଦ୍ରାପଡ଼ା କଲେଜରୁ ଇଂରେଜୀ ଅଧ୍ୟାପକ ଭାବେ ଅବସର ନେଇଥିଲେ। ପରେ ତାଙ୍କ ନାଁ ରେ ଅଭିଯୋଗ ଆସିଥିଲା ସେ ରିଡର ଭାବେ ରିଟାର୍ଡ କରିଛନ୍ତି। ଏନେଇ ତଦନ୍ତ ଚାଲିଥିଲା।ସେ କୋର୍ଟରେ ମଧ୍ୟ ନକଲି ପ୍ରମାଣ ପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.