ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।
କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।
View this post on Instagram
ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଲକ୍ଷ୍ମୀ ଘରକୁ ଆସିଛନ୍ତି ବୋଲି କହୁଛନ୍ତି। ଏନେଇ ବଲିଓଡ ସୁନ୍ଦରି ଆଲିଆଙ୍କ ବେବିର ଫଟୋ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ।
Comments are closed.