Latest Odisha News

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ। ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଲକ୍ଷ୍ମୀ ଘରକୁ ଆସିଛନ୍ତି ବୋଲି କହୁଛନ୍ତି।  ଏନେଇ ବଲିଓଡ ସୁନ୍ଦରି ଆଲିଆଙ୍କ ବେବିର ଫଟୋ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ।

 

Leave A Reply

Your email address will not be published.