Latest Odisha News

BREAKING NEWS

‘ଅଲିବାବା ଗ୍ରୁପ୍’ ମାଲିକ ଜ୍ୟାକ୍ ମା ନିଖୋଜ

ନୂଆଦିଲ୍ଲୀ: ଏସିଆର ଅନ୍ୟତମ ଧନୀ ବ୍ୟକ୍ତି, ଅଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ବର୍ତ୍ତମାନ ନିଖୋଜ ହୋଇଯାଇଥିବା ଖବର ସାମ୍‌ନାକୁ ଆସିଛି। ସେ କେଉଁଠାରେ ଅଛନ୍ତି ତାହା କାହାକୁ ଜଣା ନାହିଁ। ବର୍ତ୍ତମାନ ଏହି ବିଷୟ ଏବେ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଇଛି। ଖବର ଅନୁଯାୟୀ, ଗତ ଦୁଇମାସ ଧରି ତାଙ୍କୁ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନଥିଲା। ବାସ୍ତବରେ, ଗତ ବର୍ଷ ଅକ୍ଟୋବରରେ ଏକ ପ୍ରସଙ୍ଗରେ ଜ୍ୟାକ୍ ମା ଚୀନ୍ ସରକାରଙ୍କୁ ସମାଲୋଚନା କରିଥିଲେ। ସେବେଠାରୁ ଜ୍ୟାକ୍ ମା’ଙ୍କୁ ଆଉ କେହି ଦେଖିବାକୁ ପାଇ ନଥିଲେ।

ରିପୋର୍ଟ ଅନୁଯାୟୀ, ଜ୍ୟାକ୍ ମାଙ୍କ ରହସ୍ୟ ଆହୁରି ବଢିଥିଲା ​​ଯେତେବେଳେ ସେ ଟାଲେଣ୍ଟ ସୋ ‘ଆଫ୍ରିକାସ୍‌ ବିଜନେସ୍ ହିରୋ’ରେ ଅନ୍ତିମ ଏପିସୋଡରେ ନଜର ଆସିନଥିଲେ। ଏଥିରେ ଜ୍ୟାକ୍‌ ମାଙ୍କ ପରିବର୍ତ୍ତେ ଜଣେ ଆଲିବାବା ଗ୍ରୁପ୍‌ର ଜଣେ ଅଧିକାରୀ ନିଜର ପ୍ରଦର୍ଶନ କରିଥିଲେ। ଆଲିବାବା ଗ୍ରୁପ୍‌ର ମୁଖପାତ୍ରଙ୍କ ଅନୁଯାୟୀ, କାର୍ଯ୍ୟ ବ୍ୟସ୍ତତା ହେତୁ ଜ୍ୟାକ୍‌ ଏହି ଧାରାବାହିକର ଅଂଶୀଦାର ହୋଇନଥିଲେ। ତେବେ ପ୍ରୋଗ୍ରାମର ୱେବସାଇଟରୁ ଜ୍ୟାକ୍‌ଙ୍କ ଫଟୋ ହଟାଯିବା ପରେ ରହସ୍ୟ ଆହୁରି ଗଭୀର ହୋଇଥିଲା।

ଅକ୍ଟୋବର ୨୦୨୦ ରେ ଚାଇନାର ଆର୍ଥିକ ନିୟାମକ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଜ୍ୟାକ୍ ମା ସମାଲୋଚନା କରିଥିଲେ। ସେ ସାଂଘାଇରେ ଏକ ଭାଷଣ ସମାରୋହରେ ଚୀନ୍‌ ସରକାରଙ୍କୁ ଏହି ସମାଲୋଚନା କରିଥିଲେ। ବ୍ୟବସାୟରେ ନବସୃଜନ ପ୍ରୟାସକୁ ଦମନ କରୁଥିବା ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଜ୍ୟାକ୍ ମା ସରକାରଙ୍କୁ ଆହ୍ବାନ ଦେଇଥିଲେ। ଜ୍ୟାକ୍‌ଙ୍କ ଏହି ଭାଷଣ ପରେ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ତାଙ୍କ ଉପରେ ଭୀଷଣ ବର୍ଷିଥିଲେ। ସେବେଠାରୁ ଜ୍ୟାକ୍‌ଙ୍କ ଆଣ୍ଟ ଗ୍ରୁପ୍ ସମେତ ବ୍ୟବସାୟ ଉପରେ ଅସାଧାରଣ ପ୍ରତିବନ୍ଧକ ଲଗାଯାଇଥିଲା।

Leave A Reply

Your email address will not be published.