Latest Odisha News

BREAKING NEWS

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ଯୁବକଙ୍କୁ କାବୁ କଲା ପୋଲିସ

ଖୋର୍ଦ୍ଧା: ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ଆତ୍ମାହୁତି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏତିକିବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ବୋଲଗଡ ଥାନା ବାଙ୍କୋଇ ଗାଁରର ବ୍ରଜବନ୍ଧୁ ସାହୁ । ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି ।

ଅଭିଯୋଗ ହୋଇଛି, ବ୍ରଜବନ୍ଧୁ ୧୬ ଲକ୍ଷ ୩୨ ହଜାର ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି । ଏନେଇ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତ କରି ଟଙ୍କା ଫେରାଇବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଥିଲେ ।

ଏଯାଏ ଟଙ୍କା ଫେରି ପାଇ ନାହାନ୍ତି । ମାନସିକ ଅବସ୍ଥା ବି ତାଙ୍କର ଠିକ୍ ନାହିଁ । କୈଣସି ଉପାୟ ନପାଇ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କରୁଥିଲେ ବ୍ରଜବନ୍ଧୁ ।

Leave A Reply

Your email address will not be published.