Latest Odisha News

BREAKING NEWS

୨୧ ବର୍ଷ ପରେ ଏସିଡ ପୀଡିତାଙ୍କୁ ମିଳିଲା ନ୍ୟାୟ, ଗିରଫ ହେଲା ଅଭିଯୁକ୍ତ

ଉତ୍ତରପ୍ରଦେଶର: ସେଦିନ ଥିଲା ୨୦୦୨ ମସିହା ସେପ୍ଟେମ୍ବର ୭ ତାରିଖ । ସ୍ଥାନ ଆଗ୍ରା । ନିଜ ଘର ସମ୍ନାରେ ଠିଆ ହୋଇଥିଲେ ଜଣେ ଯୁବତୀ । ଠିକ୍ ସେତିକି ବେଳେ ଜଣେ ଯୁବକ ଜଣକ ଆସି ତାଙ୍କ ଉପରକୁ ଏସିଡ ମାଡ କରିଥିଲା । ଏସିଡ ଆକ୍ରମଣରେ ମହିଳାଙ୍କ ସମ୍ପୁର୍ଣ୍ଣ ମୁହଁ ଓ ଶରୀରର କିଛି ଅଂଶ ଜଳି ଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ନା ଏହି ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇଥିଲା ନା ଅଭିଯୁକ୍ତ ଧରା ପଡିଥିଲା । କାରଣ ଅଭିଯୁକ୍ତକୁ ବଞ୍ଚାଇଦେଇଥିଲେ ଖୋଦ୍ ପୀଡିତାର ପରିବାର ଲୋକ । କାରଣ ଅଭିଯୁକ୍ତ ଜଣଙ୍କ ଥିଲେ ପୀଡିତାଙ୍କ ଭଉଣୀର ଦିଅର । ଅଜ୍ଞା ହଁ କଥା ଟା ସହଜ ଲାଗୁନଥିଲେ ମଧ୍ୟ ଏହାହିଁ ସତ୍ୟ । ବଡ ଭଉଣୀର ଘର ଭାଙ୍ଗିଯିବା ଭୟରେ ନିଜ ଜୀବନକୁ ବଳି ଚଢାଇଦେଲା ସାନ ଭଡଣୀ ।

ସୂଚନା ଅନୁସାରେ, ପୀଡିତାଙ୍କ ବଡ ଭଉଣୀ ଉତ୍ତରପ୍ରଦେଶର ଆଲିଗଡ଼ର ମସାନୀ ଅନ୍ତର୍ଗତ ନଗଲାରେ ବିବାହ କରିଥିଲେ । ପୀଡିତା ଜଣଙ୍କ ତାଙ୍କ ଭଉଣୀଙ୍କ ଶାଶୁଘରକୁ ଅନେକ ଥର ଯିବା ଆସିବା କରିଥାନ୍ତି । ଏହି ସମୟରେ ତାଙ୍କ ବଡ ଭଉଣୀଙ୍କ ଦିଅର ତାଙ୍କୁ ଏକତରଫା ପ୍ରେମ କରି ବସିଥିଲା । ବିବାହ ପାଇଁ ମଧ୍ୟ ବାରମ୍ବାର ପ୍ରସ୍ତାବ ଦେଇଥିଲା । ମାତ୍ର ସେଥିରେ ରାଜି ହୋଇନଥିଲେ ପୀଡିତା ଜଣଙ୍କ । ସେହି ରାଗରେ ୨୦୦୨ ମସିହା ସେପ୍ଟେମ୍ବର ୭ ତାରିଖ ଦିନ ପୀଡିତା ଜଣଙ୍କ ତାଙ୍କ ଘର ସାମ୍ନାରେ ଛିଡା ହୋଇଥିବା ବେଳେ ଯୁବକ ଜଣଙ୍କ ଆସି ତାଙ୍କ ଉପରକୁ ଏସିଡ ମାଡ କରିଥିଲା । ମହିଳାଙ୍କ ସମ୍ପୁର୍ଣ୍ଣ ମୁହଁ ଓ ଶରୀରର କିଛି ଅଂଶ ଜଳି ଯାଇଥିଲା । କିଛି ଦିନ ହସ୍ପିଟାଲରେ ଜୀବନ ମରଣ ସହ ଲଢି ଶେଷରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ଏହି ଘଟଣା ନେଇ ଥାନାରେ ପୀଡିତାଙ୍କ ପରିବାର ଲୋକ କେହି ଅଭିଯୋଗ କରିନଥିଲେ । ବଡ ଭଉଣୀର ଘର ଭାଙ୍ଗିଯିବା ଡରରେ ଚୁପ୍ ରହିଥିଲେ ପୁରା ପରିବାର ସହ ନିଜେ ପୀଡିତା ଜଣଙ୍କ ମଧ୍ୟ ।

କିନ୍ତୁ ଶେଷରେ ଦୀର୍ଘ ୨୧ ବର୍ଷ ପରେ ଗତ ୧୦ ମାସ ପୂର୍ବରୁ ଏନେଇ ନିଜେ ପୀଡିତା ଜଣଙ୍କ ଥାନାରେ ଏତଲା ଦେଇଥିଲେ । ସିଭିଲ ସୋସାଇଟି ଅଫ୍‌ ଆଗ୍ରା ଓ ଏକ ସ୍ବେଚ୍ଛାସେବୀ ସଂଗଠନ ଓ ତତ୍କାଳୀନ ଏଡିଜି ଅଜୟ ଆନନ୍ଦଙ୍କ ହସ୍ତକ୍ଷେପ ପରେ ୨୧ ବର୍ଷ ପରେ ଏନେଇ ଥାନାରେ ଏତଲା ଦାୟର କରାଗଲା । କିନ୍ତୁ ପୋଲିସ ଅଭିଯୁକ୍ତକୁ ଧରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା । ଆଲିଗଡ଼ ପୋଲିସ ବହୁ ଖୋଜାଖୋଜି କରି ଗତ ଶନିବାର ଦିନ ଅଭିଯୁକ୍ତ ଆରିଫଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟି ପ୍ରକାଶ କରିବା ସହ ଦୀର୍ଘ ୨୧ ବର୍ଷ ପରେ ଅଭିଯୁକ୍ତ ଆରିଫ ଗିରଫ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପୀଡିତା ଜଣକ । ତେବେ ଏହାରିଭିତରେ ୨୦୧୦ରେ ପୀଡିତା ଜନଙ୍କ ବିବାହ କରିଥିଲେ । ଏବେ ତାଙ୍କର ୧୧ ବର୍ଷୀୟ ଝିଅ ଟିଏ ମଧ୍ୟ ଅଛି ।

 

 

 

Comments are closed.