Latest Odisha News

BREAKING NEWS

କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ବାସନ୍ଦ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କ୍ରିକେଟର ବଂଶଜ ଶର୍ମାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଜମ୍ମୁ-କଶ୍ମୀରର ଏହି କ୍ରିକେଟରଜଣଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଥିବା ପ୍ରମାଣପତ୍ର ଦେଇଥିଲେ । ଏଥିନେଇ ବୋର୍ଡ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ୨୦୨୩ ଅକ୍ଟୋବର ୨୭ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ବାସନ୍ଦ ଅବଧି ଶେଷ ହେବା ପରେ ସେ କେବଳ ସିନିୟର ପୁରୁଷ ବିଭାଗରେ ଖେଳିପାରିବେ । ଅନ୍ୟ କୌଣସି ବର୍ଗରେ ଖେଳିବା ପାଇଁ ତାଙ୍କୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ବିସିସିଆଇ ସ୍ପଷ୍ଟ ଏବଂ କଠୋର ଭାବେ ଜଣାଇ ଦେଇଛି ଯେ, ଶିକ୍ଷା, ଠିକଣା ଓ ରୋଜଗାର ପ୍ରମାଣପତ୍ରରେ କୌଣସି ପ୍ରକାରର ଭୁଲ ଡକ୍ୟୁମେଂଟକୁ ଗ୍ରହଣ କରାଯିବ ନାହିଁ । ଯିଏ ବି ଏ ଭଳି ଭୁଲ କରିବେ ସେମାନଙ୍କ ବିରୋକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସମ୍ପର୍କରେ ବଂଶଜଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.