Latest Odisha News

BREAKING NEWS

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ଘୋଷଣା କରିଛି ଯେ, ଆଫଗାନିସ୍ତାନର ୮୫ ପ୍ରତିଶତ ଏବେ ତାଙ୍କ କବଜାକୁ ଆସି ଯାଇଛି ।

ଆରିୟନ ନ୍ୟୁଜ ମୁତାବକ ଇରାନ,ତୁର୍କିମେନିସ୍ତାନ, ଚୀନ, ତାଜକିସ୍ତାନ ଏବଂ ପାକିସ୍ତାନ ସୀମା ଅଂଚଳ ତାଲିବାନ କବଜାକୁ ଆସି ଯାଇଛି । ଖୁବ୍ ଶୀଘ୍ର ଆଫଗାନିସ୍ତାନ ସରକାରର ପତନ ଘଟିବ ବୋଲି ଆଶା କରାଯାଉଛି । ରିପୋର୍ଟ ମୁତାବକ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ ତାଲିବାନ ଆଶ୍ୱସନା ଦେଇଛି ଯେ, ରୁଷ ଏବଂ ମଧ୍ୟ ଏସିଆରେ କୌଣସି ପ୍ରକାରର ଅଶାନ୍ତି ସେମାନେ ସୃଷ୍ଟି କରିବେ ନାହିଁ ।

Leave A Reply

Your email address will not be published.