Latest Odisha News

BREAKING NEWS

କନ୍ଧମାଳ ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

ଫୁଲବାଣୀ: ସପ୍ତାହେ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ୟାଙ୍କ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍ କ୍ୱାରେଣ୍ଟାଇନରେ ଲକ୍ଷଣ ଥିଲେ ଜଣାଇବେ ।

ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଏହି ସମୟରେ ବ୍ୟାଙ୍କ ଭିତରେ ଓ ପରିସରକୁ ବିଶୋଧନୀକରଣ କରାଯିବ । ବ୍ୟାଙ୍କର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ସାତ ଦିନ ପରେ ୫୦ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାମ ।

କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୧୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ୫୬ଟି ରହିଛି ଆକ୍ଟିଭ୍ କେସ୍ ।

Comments are closed.