Latest Odisha News

BREAKING NEWS

ସାବଧାନ! ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା ଯେମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ମନୋରଞ୍ଜନ ପାଲଟିଗଲାଣି ।

କିନ୍ତୁ କଣ ଆପଣ ଜାଣନ୍ତି ଏହି ଫ୍ୟାସନ ଆପଣଙ୍କ ପାଇଁ ଡାକିଆଣେ ଅନେକ ଛୋଟବଡ଼ ରୋଗକୁ । ଜାଣନ୍ତୁ ଏହି ହେଡଫୋନର ବହୁଳ ବ୍ୟବହାର ଦ୍ୱାରା ଆପଣ କେଉଁ ପ୍ରକାରର ରୋଗର ଶୀକାର ହୋଇପାରନ୍ତି…

କାନରେ ଲଗାଉଥିବା ହେଡଫୋନ ଦ୍ୱାରା କାନରେ ସଂକ୍ରମଣ ହୋଇଥାଏ ,ଯାହାକି ଆଗକୁ ଗମ୍ଭୀର ରୋଗର ରୂପ ଧାରଣ କରିଥାଏ । ଏହା ବ୍ୟତୀତ ଆପଣଙ୍କୁ କାନର କ୍ୟାନସର ମଧ୍ୟ ହୋଇପାରେ । ଯଦି ଆପଣ କାନ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିର ହେଡଫୋନ କିମ୍ବା ଇୟରଫୋନ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ମଧ୍ୟ ସଂକ୍ରମଣର ଭୟ ରହିଥାଏ । ଯାହା ଆଗକୁ କ୍ୟାନସରର ରୂପ ଧାଣର କରିପାରେ ।ଏଥିପାଇଁ ସବୁବେଳେ ହେଡଫୋନର କମ୍ ବ୍ୟବହାର କରନ୍ତୁ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲମ୍ବା ସମୟ ପର୍ଯ୍ୟନ୍ତ ହେଡଫୋନର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶୁଣିବା ଶକ୍ତି ଧୀରେଧୀରେ ହ୍ରାସ ପାଇଯାଏ । ଯଦି ଆପଣ ମଧ୍ୟ ଏଭଳି କରୁଥିଲେ ବେଳହୁଁ ସାବଧାନ ହୋଇ ଯାଆନ୍ତୁ । ଲମ୍ବା ସମୟ ପର୍ଯ୍ୟନ୍ତ ହେଡଫୋନ ର ବ୍ୟବହାର ଦ୍ୱାରା କାନମଧ୍ୟକୁ ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଆପଣ ସବୁଦିନ ପାଇଁ ଶ୍ରବଣ ଶକ୍ତି ମଧ୍ୟ ହରାଇପାରନ୍ତି ।ତେଣୁ କିଛି ସମୟର ବିରତି ନେଇ ଆପଣ ହେଡଫୋନର ବ୍ୟବହାର କରିପାରିବେ ।

Leave A Reply

Your email address will not be published.