ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ବେଳେ, ସ୍ଥିତି ବି ନିୟନ୍ତ୍ରଣକୁ ଆସୁଛି । ସେହିପରି ରାଜ୍ୟରେ ମାମଲା ହ୍ରାସ ପାଉଥିବାରୁ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ଏହାରି ଭିତରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାକାଲିଠୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମହାମାରୀ କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ କାର୍ଯ୍ୟାଳୟ ଚାଲୁଥିଲା । କିନ୍ତୁ ଆସନ୍ତାକାଲିଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ ।
Comments are closed.