ଭୁବନେଶ୍ବର : ରାଜ୍ୟରେ ବ୍ୟାପିଲାଣି କରୋନା ଭୂତାଣୁ । ଉପରମୁହାଁ ଥିବା ଭାଇରସ ଏବେ ସରକାରଙ୍କ ଚିନ୍ତା ବଢ଼ାଇଲାଣି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଏହାସହ ବୃଦ୍ଧି ପାଉଥିବା ପଜିଟିଭିଟିକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ଏସଆରସି । ନୂଆ ଗାଇଡଲାଇନ ଅନୁସାରେ ଆସନ୍ତା ଜାନୁଆରୀ ୧୦ ତାରିଖରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ।
କଲେଜ ଓ ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି ବି ଅନ୍ଲାଇନ୍ କ୍ଲାସ୍ ଜାରି ରହିବ । ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ । ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ । ବର୍ତ୍ତମାନ ଜାରି ରହିଥିବା ସମସ୍ତ ଅଫ୍ଲାଇନ୍ ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ବୋଲି ଏସ୍ଆର୍ସି କହିଛନ୍ତି । ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଂ ସେଣ୍ଟର ଗୁଡ଼ିକ କେବଳ ଅନ୍ଲାଇନ୍ରେ ପାଠ ପଢ଼ାଇବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
Comments are closed.