Latest Odisha News

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା ଘଟଣା, ୮ ବିଜେପି କର୍ମୀ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ, ଭିଡ଼ିଓ ଫୁଟେଜ ଯାଞ୍ଚ କରାଯାଉଛି । ଯେଉଁମାନେ ଭଙ୍ଗାରୁଜା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ।

ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣରେ ଅନିୟମିତତା ନେଇ ଭଦ୍ରକ ଜିଲ୍ଲାରେ ଗୁରୁବାର ବିଜେପି ବିକ୍ଷୋଭ କରିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଏଥିସହ ଅଫିସ ଭିତରେ ଭଙ୍ଗାରୁଜା ସାଙ୍ଗକୁ ସରକାରଙ୍କ ଜନକଲ୍ୟଣକାରୀ ପୋଷ୍ଟରକୁ ଚିରି ଦେଇଥିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ । ପୋଲିସ ଭିଡିଓ ଫୁଟେଜ ଆଧାରରେ ତଦନ୍ତ କରିବା ସହ ମାମଲା ରୁଜୁ କରିଛି । ଘଟଣାରେ ପ୍ରାଥମିକ ଭାବେ ୮ ଜଣଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

Leave A Reply

Your email address will not be published.