Latest Odisha News

BREAKING NEWS

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ସେ ତାଙ୍କର ବକ୍ତବ୍ୟ ରଖିଛନ୍ତି । ହେଲେ ଅଶ୍ୱିନୀ ମୌଳିକ କଥା ଉପରେ କାହିଁକି ଗୁରୁତ୍ୱ ଦେଇ ନାହାନ୍ତି ବୋଲି ଉଠିଛି ପ୍ରଶ୍ନ?

ସେ ଆହୁରି ମଧ୍ୟ କହିଛନ୍ତି ‘୧୯୯୬ ମସିହାରେ ପୂର୍ବତଟ ରେଳଜୋନ ପ୍ରତିଷ୍ଠା ହୋଇଥିଲା । ଗତ ୧୦ ବର୍ଷ ହେଲା ପୂର୍ବତଟ ରେଳଜୋନ ପ୍ରତିବର୍ଷ ଭାରତୀୟ ରେଳଜୋନ ସବୁଠାରୁ ଅଧିକ ଲାଭ ଦେଇଥାଏ । ପ୍ରାୟ ୨୫ ହଜାର କୋଟି ପ୍ରତିବର୍ଷ ପୂର୍ବତଟ ରେଳଜୋନ ଲାଭ ଦେଇଥାଏ । ହେଲେ ଓଡ଼ିଶାରେ ରେଳ ବିକାଶ ଯେଉଁ ଗତିରେ ହେବା କଥା ତାହା ବର୍ତ୍ତମାନ ସୁଦ୍ଧା ବି ହୋଇପାରୁ ନାହିଁ ।

‘ୱାଲଟିୟର ଡିଭିଜନ’କୁ ଆନ୍ଧ୍ରର ନୂଆ ରେଳଜୋନରେ ମିଶାଇ ଦିଆଯିବାକୁ ମଧ୍ୟ ବିରୋଧ କରିଛନ୍ତି ଶ୍ରୀକାନ୍ତ । କେନ୍ଦ୍ର ସରକାର ରେଳବାଇ ଜୋନଗଡ଼ିକୁ ‘ରାଜ୍ୟ କୈନ୍ଦ୍ରିକ’ କରିବାର ନିଷ୍ପତ୍ତି ନେଇଛନ୍ତି କି । ଯଦି ଏହା ହୋଇଥାଏ ତେବେ ଦକ୍ଷିଣ-ପୂର୍ବ ରେଳପାଇ ଜୋନରେ ଥିବା ଓଡ଼ିଶାର ଅଞ୍ଚଳ ଗୁଡ଼ିକୁ ପୂର୍ବତଟ ରେଳବାଇ ଜୋନରେ ମିଶାଯାଇ ରାଉଲକେଲା ଓ ବାଲେଶ୍ୱର ଠାରେ ଆଉ ଦୁଇଟି ରେଳ ଡିଭିଜନ ପ୍ରତିଷ୍ଠା ହେବକି ।

ଓଡ଼ିଶାରୁ ସବୁଠାରୁ ଅଧିକ ଲାଭ ଭାରତୀୟ ରେଳବାଇ ପାଉଥିବା ବେଳେ ପୂର୍ବତଟ ରୋଳଜୋନକୁ କାହିଁକି ଖଣ୍ଡ ବିଖଣ୍ଡିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ନା ପାର୍ଲିଆମଣ୍ଟେ ସଭ୍ୟ ଏ ସମ୍ପର୍କରେ ପ୍ରଶ୍ନ କରିନାହାନ୍ତି । ବିଧାନସଭାରେ ମଧ୍ୟ ଏ ସମ୍ପର୍କରେ ଚର୍ଚ୍ଚା ହୋଇ ନାହିଁ ।

ଏ ସମ୍ପର୍କରେ ମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଜେନା ଚିଠି ଲେଖିଛନ୍ତି । କାହିଁକି ପୂର୍ବତଟ ରେଳଜୋନ ପଙ୍ଗୁ ହୋଇଗଲା ଏହାର ସ୍ପଷ୍ଟ କରନ୍ତୁ ରେଳ ମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

Leave A Reply

Your email address will not be published.