Latest Odisha News

ବଡ ଘୋଷଣା: ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା

ଭୁବନେଶ୍ଵର: ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ଘୋଷଣା । ଗୋଟିଏ ପରିବାରରେ ଯେତେ ଜଣ ମହିଳା ଥିବେ ସମସ୍ତଙ୍କୁ ମିଳିବ ଟଙ୍କା । ବିଧବା ମହିଳା, ଛାତ୍ରବୃତ୍ତି ପାଉଥିବା ଝିଅଙ୍କୁ ମଧ୍ୟ ମିଳିବ `ସୁଭଦ୍ରା’ ଟଙ୍କା । ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ସୁଭଦ୍ରା ଯୋଜନାର ଲାଭ ଉଠାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଅନ୍ୟପକ୍ଷରେ ‘ସୁଭଦ୍ରା’ ପ୍ରସଙ୍ଗରେ ବିରୋଧୀଙ୍କୁ କାଉଣ୍ଟର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ । ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ । ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ୨୦୨୪-୨୫  ଆର୍ଥିକ ପାଇଁ ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଓ ୬୦ବର୍ଷରୁ କମ୍ ହେବା ଆବଶ୍ୟକ। ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟ୍‌ରେ ଡିବିଟି ଜରିଆରେ ଟଙ୍କା ପଠାଯିବ । ୭୪ ହଜାର ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଯୋଜନା ପାଇଁ ଫର୍ମ ପ୍ରଦାନ କରାଯିବ ।

Comments are closed.