Latest Odisha News

BREAKING NEWS

ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ୮ ଦଫା ଦାବିରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ।

ଯାହାଫଳରେ ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ ।

ପ୍ରାପ୍ତ ସୂଚନାନୁଯାୟୀ ୱେଜ ସେଟଲମେଣ୍ଟ, ପେନସନ ଅପଡେଟ, ଫ୍ୟାମିଲି ପେନସନ ଅପଡେଟ, ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ସମାନ କାମକୁ ସମାନ ଦରମା ଭଳି ୮ ସଫା ଦାବିରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ଏହାବ୍ୟତିତ୨୦୧୭ ମସିହା ନଭେମ୍ବର ପରଠାରୁ ଦରମା ସଂଶୋଧିତ ହୋଇନଥିବା ବେଳେ ଏଥିରେ ୨୦% ବୃଦ୍ଧି କରାଯାଉ । ଯେଉଁଥିରେ ସ୍ପେଶାଲ ଆଲାଉନ୍ସକୁ ବେସିକ୍ ଦରମା ସହ ଯୋଡା ହେଉ ବୋଲି ସେମାନେ ଦାବି କରିଛନ୍ତି ।

ଆହୁରି ମଧ୍ୟ ଏହି ଧର୍ମଘଟ ସମ୍ପର୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ ସମେତ ବହୁ ବ୍ୟାଙ୍କ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ସରସ୍ୱତୀ ପୂଜା ଯୋଗୁଁ ବ୍ୟାଙ୍କ ସେବା ବନ୍ଦ ରହିଥିବା ବେଳେ ଫେବୃଆରୀ ୨ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ । ଯାହାଫଳରେ ଲଗାତାର ଭାବେ ବ୍ୟାଙ୍କ ୪ ଦିନ ପର‌୍ୟ୍ୟନ୍ତ ବନ୍ଦ ରହିବ ।

Leave A Reply

Your email address will not be published.