ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ ୨୦୨୫ର ଆଜି ହେଉଛି ତୃତୀୟ ଦିନ। ତେବେ ତୃତୀୟ ଦିନର ସକାଳ ସମୟରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି।
ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉତ୍ତରାଖଣ୍ଡ ପୋଲିସ ଦଳ ୯-୦ ଗୋଲରେ ଚଣ୍ଡିଗଡ଼ ପୋଲିସ ଦଳକୁ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲରେ ପରାସ୍ତ କରିଛି। ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ଯାଚରେ ମଣିପୁର ପୋଲିସ ଦଳ ୩ -୧ ଗୋଲ ରେ ଝାଡ଼ଖଣ୍ଡ ପୋଲିସ ଦଳକୁ ହରାଇଛି।
🇮🇳🏑 73rd All India Police Hockey Championship
🗓 Dates: 9th April 2025- 3rd Day Match Schedule
📍 Venue: Kalinga Stadium, Bhubaneswar
⏰ Timings:
🌅 Morning: 6:00 AM – 9:30 AM (2 matches)
🌇 Evening: 4:00 PM – 9:30 PM (3 matches)
🎟 FREE ENTRY – No pass required! pic.twitter.com/fL2ncYiYVL— COMMISSIONERATE POLICE (@cpbbsrctc) April 8, 2025
ଚତୁର୍ଥ ମ୍ୟାଚ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଛତିଶଗଡ଼ ପୋଲିସ ଦଳକୁ ପଶ୍ଚିମବଙ୍ଗ ପୋଲିସ ଦଳ ୬- ୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
ସେହିପରି ଆଜି ସନ୍ଧ୍ୟା ୬ଟାରେ ୟୁପି -ଓଡିଶା ପୋଲିସ ମଧ୍ୟରେ ମ୍ୟାଚ ଖେଳାଯିବ । ସନ୍ଧ୍ୟା ୭.୩୦ରେ ଜମ୍ମୁ ଓ କାଶ୍ମୀର -ଗୁଜୁରାଟ ପୋଲିସ ମଧ୍ୟରେ ୧୫ନଂ ମ୍ୟାଚ ଆୟୋଜିତ ହେବ । ମହିଳା ବର୍ଗରେ ଏସଏସବି – ଗୁଜୁରାଟ ପୋଲିସ ମଧ୍ୟରେ ଅପରାହ୍ଣ ୪ଟାରେ ମ୍ୟାଚ ଖେଳାଯଲିବ ।
ଦର୍ଶକମାନେ ମାଗଣାରେ ଏହି ସମସ୍ତ ମ୍ୟାଚକୁ ଉପଭୋଗ କରି ପାରିବେ ।
ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଭିଜିଲାନ୍ସ ନିର୍ଦ୍ଦେଶକ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
Comments are closed.