ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପର ଚତୁର୍ଥ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ଗୁରୁବାର ସକାଳ ଅଧିବେଶନରେ ୪ଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଅଧିବେଶନରେ ତିନିଟି ମ୍ୟାଚ ଖେଳାଯାଇଛି ।
ତେବେ ଅପରାହ୍ଣ ୪ଟାରେ ଚତୁର୍ଥ ଦିନର ପଞ୍ଚମ ମ୍ୟାଚ ମହିଳା ବିଭାଗରେ ଉତ୍ତର ପ୍ରଦେଶ – ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୩ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି।

ସେହିପରି ତ୍ରିପୁରା ଓ ପଞ୍ଜାବ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ ପୋଲିସ ଦଳ ତ୍ରିପୁରା ପୋଲିସ ଦଳକୁ ୮ – ୦ ଗୋଲରେ ପରାସ୍ତ କରିଛି ।
ସପ୍ତମ ତଥା ଚତୁର୍ଥ ଦିନର ଶେଷ ମ୍ୟାଚ ଆଇଟିବିପି ଓ ଚଣ୍ଡିଗଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇଟିବିପି, ଚଣ୍ଡିଗଡ ପୋଲିସ ଦଳକୁ ୪-୧ ଗୋଲରେ ପରାସ୍ତ କରିଥିଲା ।

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ଵରନ, ଖେଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ନିଖିଲ ପବନ କଲ୍ଯାଣ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନିର୍ଦ୍ଦେଶକ, ବିପିଏସପିଏ) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ,ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର, ରେଳବାଇ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
Comments are closed.