ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ ୪-୨ ଗୋଲରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ ମଣିପୁର ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ମଣିପୁର, ଛତିଶଗଡ଼ ପୋଲିସ ଦଳକୁ ୮-୨ ଗୋଲରେ ହରାଇଛି । ସେହିପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପୋଲିସ ଦଳକୁ ୩-୨ ଗୋଲରେ ହରାଇଛି।

ଚତୁର୍ଥ ମ୍ୟାଚ ଚଣ୍ଡିଗଡ ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ, ଚଣ୍ଡିଗଡ ପୋଲିସ ଦଳକୁ ୧୪-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
ସେହିପରି ପଞ୍ଚମ ମ୍ୟାଚ ମହିଳା ବିଭାଗରେ ସିଆରପିଏଫ ଓ ହରିୟାଣା ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିଆରପିଏଫ, ହରିୟାଣା ପୋଲିସ ଦଳକୁ ୮- ୦ ଗୋଲରେ ହରାଇଛି।

ଷଷ୍ଠ ମ୍ୟାଚ ଘରୋଇ ଓଡିଶା ଓ ମହାରାଷ୍ଟ୍ର ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓଡିଶା, ମହାରାଷ୍ଟ୍ର ପୋଲିସ ଦଳକୁ ୩-୨ ଗୋଲରେ ପରାସ୍ତ କରିଛି।
ପଞ୍ଚମ ଦିନର ସପ୍ତମ ତଥା ଶେଷ ମ୍ୟାଚ ସିଆଇଏସଏଫ ଓ ହରିୟାଣା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିଆଇଏସଏଫ, ହରିୟାଣା ପୋଲିସ ଦଳକୁ ୧୨-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ନାଥ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଡିଆଇଜି (ଏସଆଇଡବ୍ଲୁ) ଡ଼ା କନୱର ବିଶାଲ ସିଂ, ଏସପି (କଟକ) ଶ୍ରୀ ପ୍ରତୀକ ସିଂ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
Comments are closed.