Latest Odisha News

BREAKING NEWS

ନିୟମଗିରି ସୁରକ୍ଷା ସମିତିରେ ଫାଟ ! ପୋଷ୍ଟରକୁ ନେଇ ବଢ଼ୁଛି ଚର୍ଚ୍ଚା

ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିରେ ଫାଟ ! ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବାକୁ ଗଠିତ ନିୟମଗିରି ସୁରକ୍ଷା ସମିତିରେ କିଛି ଠିକ୍ ଚାଲିନି । ଆମେ ଏ କଥା କହୁନାହୁଁ । ନିୟମଗିରି ଅଞ୍ଚଳରେ ଲାଗିଥିବା ପୋଷ୍ଟର ହିଁ ଏହା ବୟାନ କରୁଛି । ଯଦିଓ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ ତଥାପି ପୋଷ୍ଟରରେ ନିୟମଗିରି ସୁରକ୍ଷା ସମିତି ନାଁ ଉଲ୍ଲେଖ ରହିଛି ।

କଲ୍ୟାଣସିଂହପୁର ବ୍ଲକ ପାରସଲି ପଞ୍ଚାୟତର ବିଭିନ୍ନ ଜାଗାରେ ଏହି ପୋଷ୍ଟର ଲାଗିଛି । ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ନୀରିହ ଝିଅଙ୍କୁ ମାଓ ସଂଗଠନରେ ସାମିଲ୍ କରି ଯୌନ ନିର୍ଯାତନା ଦେବା । ଏପରିକି ଗର୍ଭବତୀ କରି ଛାଡ଼ି ଦେଉଥିବା ଦର୍ଶା ଯାଇଛି । ନିୟମଗିରି ସୁରକ୍ଷା ସମିତି ନାଁରେ କିଛି ଲୋକ ମାଓବାଦୀଙ୍କୁ ଗୁପ୍ତରେ ସହଯୋଗ କରି ଡଙ୍ଗରିଆ କନ୍ଧଙ୍କ ସରଳତାର ସୁଯୋଗ ନେଉଛନ୍ତି ।

ନିୟମଗିରି ସୁରକ୍ଷା ନାଁରେ ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା, ଡ୍ରେଞ୍ଜୁ କରସିକ, ସମ୍ବରା ସିକ୍କା ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ମାଓବାଦୀଙ୍କ ଠାରୁ ନିଜକୁ ଦୂରେଇ ରଖିଥିବା ଦାବି କରୁଥିବେ ଉଲ୍ଲେଖ ରହିଛି । ଯଦି ଏମାନେ ମାଓବାଦୀଙ୍କ ଠାରୁ ଦୂରେଇ ରହିଛନ୍ତି ତା ହେଲେ ନିୟମଗିରି ଅଞ୍ଚଳର ସଂଖ୍ୟାଧିକ ଝିଅ କିଭଳି ମାଓ ସଂଗଠନରେ ପୋଷ୍ଟରରେ ପ୍ରଶ୍ନ କରାଯାଇଛି ।

ଏହି ପୋଷ୍ଟରରେ ମାନବାଧିକାର ସଙ୍ଗଠନମାନକୁ ଅନୁରୋଧ କରାଯାଇ ଲେଖା ଯାଇଛି ଏଭଳି ଧଳାହାତୀ ଏବଂ ମାଓ ସଂଗଠନ ଠାରୁ ନିୟମଗିରିକୁ ବଞ୍ଚାନ୍ତୁ । ତେବେ ଏହି ପୋଷ୍ଟର ପ୍ରକୃତରେ ନିୟମଗିରି ସୁରକ୍ଷା ସମିତି ତରଫରୁ ଲଗାଯାଇଛି ନା ଆଉ କିଏ ଲଗାଇଛି । ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.