ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ କୋଣଅନୁକୋଣରୁ ଏକାଠି ହେଲେ ଓଡିଆ । ଚାରିଆଡେ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ।’
ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଷ୍ଟାଡିୟମ ଓ ସର୍ବସାଧାରଣସ୍ଥାନରେ ଲୋକେ ଏକତ୍ରୀତ ହୋଇ ଏହି ଗୀତକୁ ଗାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି କଳାକାର, ସାଧାରଣ ଜନତା ଯାଏଁ ସମସ୍ତଙ୍କ କଣ୍ଠରୁ ବାହାରିଛି ‘ବନ୍ଦେ ଉତ୍କଳ ଜନନୀ’। ରାସ୍ତାଘାଟରେ ଅଟକି ଯାଇଥିବା ଓଡ଼ିଆମାନେ ବି ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ସେହିପରି ପୁରୀରେ ମଧ୍ୟ ସମସ୍ତେ ଏକାଠି ବଡଧାଣ୍ଡରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ସାମଜିକ ଦୂରତାକୁ ପାଳନ କରି ମୁଖ୍ୟମନ୍ତ୍ରୀଙ୍କ ଆହ୍ନାନକୁ ଗ୍ରହଣ କରିଛନ୍ତି । ରାଜ୍ୟର କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଜାତି ଏହି ଗାନ ଗାଇଛି । କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଉତ୍କଳ ମାତାକୁ ମନେ ପକାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି ।
Comments are closed.