ଭୁବନେଶ୍ୱର: କରୋନା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସଟଡାଉନ୍ ଯୋଗୁଁ ରାଜ୍ୟରେ ବସ୍ ସେବା ପ୍ରଭାବିତ ହୋଇଛି । ଖାଲି ବସ୍ ସେବା ପ୍ରଭାବିତ ହୋଇନାହିଁ ବରଂ ବସ୍ ମାଲିକ କ୍ଷତି ସହୁଛନ୍ତି । ବସ୍ ବନ୍ଦ ରହିବା ଯୋଗୁଁ ରୋଜଗାର ହେଉନି କିନ୍ତୁ ଇଏମଆଇ ଭରିବାକୁ ପଡ଼ୁଛି । ଏଭଳି ଅନେକ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା ବସ୍ ମାଲିକ୍ ଆସୋସିଏସନ୍ ।
ସଂଘର ଦାବି
ଏପ୍ରିଲରେ ଦିଆ ଯାଇଥିବା ଟିକସକୁ ମେ ମାସ ପାଇଁ ଆଡଜଷ୍ଟ କରାଯାଉ ।
୨୦୨୧ ଜୁନ୍ ଓ ଜୁଲାଇ ପାଇଁ ଟିକସ ଛାଡ଼ କରାଯାଉ ।
୩ ମାସ ଲାଗି ବୀମା ଅବଧି ତୁରନ୍ତ ବୃଦ୍ଧି ପାଇଁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଉ ।
୩ ମାସ ଯାଏ ମାସିକ କିସ୍ତି ନ ମାଗିବା ଲାଗି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉ ।
ଏପ୍ରିଲରୁ ୩ ମାସ ଲାଗି ରୋଡ୍ ଟ୍ୟାକ୍ସ ଛାଡ଼ ପାଇଁ ପଡ଼ୋଶୀ ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରନ୍ତୁ ରାଜ୍ୟ ସରକାର ।
ସୂଚନାଯୋଗ୍ୟ, କରୋନାର ପ୍ରଥମ ପ୍ରବାହ ବେଳେ ଗତବର୍ଷ ସରକାର ବସ୍ ସେବାକୁ ମାର୍ଚ୍ଚ ମାସରୁ ବନ୍ଦ କରି ଦେଇଥିଲେ । ସେତେବେଳେ ମଧ୍ୟ କ୍ଷତି ସହିଥିଲେ ବସ୍ ମାଲିକ । ଏବେ ପୁଣି କରୋନାର ଦ୍ୱିତୀୟ ପ୍ରବାହ ବେଳେ କଟକଣା ଯୋଗୁଁ ସେମାନେ କ୍ଷତି ସହୁଛନ୍ତି ।
Comments are closed.