Latest Odisha News

BREAKING NEWS

ଦୁଇ ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଭାସ୍କୋଡାଗାମା-ହାଓ୍ବଡା-ଭାସ୍କୋଡାଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓ୍ବଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନର ସେବାକୁ ବୃଦ୍ଧି କରାଯାଇଛି ।

ହାଓ୍ବଡା-ଭାସ୍କୋଡ଼ାଗାମା-ହାଓ୍ବଡ଼ା ସ୍ପେଶାଲ୍

୦୮୪୦୭ ହାଓ୍ବଡ଼ା-ଭାସ୍କୋଡ଼ାଗାମା ସ୍ପେଶାଲ୍ ଟ୍ରେନ ହାଓ୍ବଡାରୁ ପ୍ରତି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ରାତି ୧୧ଟା ୩୦ରେ ଛାଡିବ । ଏହି ସ୍ପେଶାଲ ଟ୍ରେନ୍ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ୦୮୪୦୮ ଭାସ୍କୋଡ଼ାଗାମା-ହାଓ୍ବଡ଼ା ବିଶେଷ ଟ୍ରେନ ଭାସ୍କୋଡ଼ାଗାମାରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ସକାଳ ୬ଟା ୫୦ରେ ହାଓ୍ବଡ଼ା କୁ ଛାଡିବ । ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ ।

ହାଓ୍ବଡ଼ା-ହାଇଦ୍ରାବାଦ-ହାଓ୍ବଡ଼ା ବିଶେଷ ଟ୍ରେନ

୦୮୬୪୬ ହାଇଦ୍ରାବାଦ-ହାଓ୍ବଡ଼ା ସ୍ପେଶାଲ ହାଇଦ୍ରାବାଦରୁ ପ୍ରତିଦିନ ସକାଳ ୮ଟାରେ ଛାଡିବ । ମେ ୧୫ ତାରିଖ ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ । ସେହିପରି ୦୮୬୪୫ ହାଓ୍ବଡା-ହାଇଦ୍ରାବାଦ ସ୍ପେଶାଲ ଟ୍ରେନ୍ ହାଓ୍ବଡାରୁ ପ୍ରତିଦିନ ୧୧ଟା ୩୦ରେ ଛାଡିବ । ଆସନ୍ତ ମେ ୧୭ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିବ ।

Leave A Reply

Your email address will not be published.