Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା : ବୁଣାକାର ମାନଙ୍କ ପାଇଁ ପ୍ରଶାସନର ନିଆରା ପ୍ରୟାସ

ସୁବର୍ଣ୍ଣପୁର  :  ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଜିଲ୍ଲାରେ ପ୍ରାୟ ୫ ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେଶ୍ ଆଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ଏକ ନିଆରା ପ୍ରୟାସ । ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀମାନେ ପ୍ରତି ସୋମବାର ଅଭିଯୋଗ ଶୁଣାଣିକୁ ଆସିବାକୁ ହସ୍ତତନ୍ତ ବା ସୁବର୍ଣ୍ଣପୁର ବୁଣାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ବସ୍ତ୍ର ପରିଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବେଶ୍ ଖୁସି ଅନୁଭବ କରିଛନ୍ତି ବୁଣାକାର ମାନେ l

ବୁଣାକାର ଓ ବାନ୍ଧଶିଳ୍ପୀଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଦ୍ବାରା ପ୍ରସ୍ତୁତ ହେଉଥିବା ଲୁଗା ଏବେ ବିଶ୍ବ ବଜାରରେ ବେସ ଚାହିଦା ରହିଛି । ତେବେ ହସ୍ତତନ୍ତ ସାମଗ୍ରୀର ବହୁଳ ପ୍ରସାର ସହ ବୁଣାକାର ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଜିଲ୍ଲା ସ୍ତରର ସମସ୍ତ ଅଧିକାରି ସମ୍ବଲପୁରି ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ପ୍ରଥମ ଥର ଏହା ଦେଖିବାକୁ ମିଳିଥିଲା ଉଲୁଣ୍ଡା ସଭାଗୃହରେ ଚାଲିଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ । ଅଧିକାରୀ ମାନେ ରଙ୍ଗ ବେରଙ୍ଗର ହସ୍ତତନ୍ତରେ ପ୍ରସ୍ତୁତ କପଡା ପିନ୍ଧି ଆସିଥିବା ଦେଖିବାକୁ ମିଳିଥିଲା ।

ତେବେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।   ଏହି ଅଭିଯାନରେ ବୁଣାକାର ମାନଙ୍କ ଅର୍ଥିକ ଅଭିବୃଦ୍ଧି ସହ ସୁଦୁର ପ୍ରସାର ହୋଇପାରିବ ।
ଦିନକୁ ଦିନ ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା ।  ଏବେ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ନିଶ୍ଚିତ ଭାବରେ ବୁଣାକାର ମାନଙ୍କୁ ଆଉ ପାଦେ ଆଗେଇ ନେବ  ।

 

Leave A Reply

Your email address will not be published.