ଗୁଜରାଟ : ଗୁଜରାଟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବା ଚିନ୍ତାରେ ପ୍ରଶାସନ । କିଭଳି ସଂକ୍ରମଣକୁ ରୋକିହେବ ସେନେଇ ଗୁଜରାଟର ବିଭିନ୍ନ ସ୍ଥାନରେ ଲାଗିଲାଣି କଟକଣା । ଏହାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ସହରର ସମସ୍ତ ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅହମଦାବାଦର କାନକାରିଆ ହ୍ରଦ ସହ ଚିଡିଆଖାନକୁ ମଧ୍ୟ ଆସନ୍ତାକାଲିଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୁଜରାଟର ୪ଟି ମେଟ୍ରୋ ସହରରେ ରାତ୍ରୀକାଳୀନ କର୍ଫୁ ଘୋଷଣା କରାଯାଇଛି । ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା ହୋଇଛି ।
Comments are closed.