Latest Odisha News

BREAKING NEWS

ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଫଗାନ ସ୍ଥିତି ବାବଦରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର । ଏଦିଗରେ ଭାରତର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହେବ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବିରୋଧୀଙ୍କୁ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ ।

ଆଫଗାନିସ୍ତାନରେ ଭାରତ ପୁଞ୍ଜି ନିବେଶ କରିଥିଲା । ଭିତ୍ତିଭୂମିଠାରୁ ଆରମ୍ଭ କରି ବିମାନବନ୍ଦର, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ସମେତ ଆଫଗାନିସ୍ତାନର ରାଷ୍ଟ୍ର ନିର୍ମାଣରେ ଭାରତର ଭାଗିଦାରୀ ଥିଲା । ସେଠାରେ ଭାରତ ଏକାଧିକ ପ୍ରକଳ୍ପ କରୁଛି । ଏବେ ଆଫଗାନିସ୍ତାନକୁ ତାଲିବାନ ଫେରିବା ପରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ।

ଏଭଳି ସ୍ଥିତରେ ସରକାରଙ୍କ ଆଭିମୁଖ୍ୟ ଓ ପରବର୍ତ୍ତୀ ରଣନୀତି କଣ ରହିବ ସେନେଇ ସର୍ବଦଳୀୟ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ବିରୋଧୀଙ୍କ ମତାମତ ବି ଲୋଡ଼ିବେ ସରକାର । ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ଭାବରେ ଫେରାଇ ଆଣିବା ଅଭିଯାନ ଜାରି ରହିଛି । ଆଗକୁ କିଭଳି ମିଶନ ଜାରି ରହିବ ସେନେଇ ବି ଆଜିର ବୈଠକରେ ଆଲୋଚନା ହୋଇପାରେ ।

Leave A Reply

Your email address will not be published.