Latest Odisha News

ଓଡ଼ିଶାରେ ବଢୁଛି ଛୁଆଙ୍କୁ ସଂକ୍ରମଣ: ଆଜି ୧୮ ବର୍ଷ ଭିତରେ ଆଉ ୧୩୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ଚିନ୍ତା ବଢ଼ାଇଛି ପିଲାଙ୍କୁ ସଂକ୍ରମଣ । ୧୮ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୩୦ । ଅର୍ଥାତ୍ ମୋଟ୍ ଆକ୍ରନ୍ତଙ୍କର ୧୫ ପ୍ରତିଶତ ଛୋଟ ପିଲା ଓ କିଶୋର ଅଛନ୍ତି ।

୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୪୯୨ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୩ ସଂକ୍ରମିତ ହୋଇଥିବା ବେଳେ କଟକରୁ ୧୧୫, ବାଲେଶ୍ୱରରୁ ୪୮, ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୪୨ ନୂଆ ଆକ୍ରାନ୍ତ । ଆଜି ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ହୋଇଛନ୍ତି ।

ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି । ୨୪ ଘଣ୍ଟାରେ ୭୨ହଜାର ୨୩୧ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୧.୧୯ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୪ହଜାର ୫୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୮ହଜାର ୯୦ ଆକ୍ରାନ୍ତ । ଏବେ ରାଜ୍ୟରେ ୮ହଜାର ୨୮୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.