Latest Odisha News

BREAKING NEWS

ସର୍ବଦଳୀୟ ବୈଠକ: ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ

ନୂଆଦିଲ୍ଳୀ: ଯେକୌଣସି ପରିସ୍ଥିତିରେ ମଧ୍ୟ ମୁକାବିଲା କରିବାକୁ ସେନା ପ୍ରସ୍ତୁତ । ଆଜି ବସିଥିବା ସର୍ବଦଳୀୟ ବୈଠକରେ କିଛି ଏଭଳି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛି ।

ଭାରତ ଚୀନ ସୀମା ବିବାଦ ମଧ୍ୟରେ ଆଜି ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି ବୋଲି ସରକାର ଦେଶବାସୀ ଓ ବିରୋଧୀ ଦଳମାନଙ୍କୁ ଭରସା ଦିଅନ୍ତୁ । ବୈଠକ ଆରମ୍ଭରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପିର ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେର ଏମକେ ଷ୍ଟାଲିନ, ଏଆଇଡିଏମକେର କେ. ପନୀଲସେଲଭମ, ଟିଡ଼ିପିର ଚନ୍ଦ୍ରବାବୁ ନାଇଡୁ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ଓ୍ଵାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡୀ, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.