Latest Odisha News

BREAKING NEWS

ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତି ପରିମାଣ ୬୦.୩ ବିଲିୟନ ଡଲାର ବା ୪ ଲକ୍ଷ ୫୮ ହଜାର କୋଟିରେ ପହଞ୍ଚିଛି।

ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ । ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି । ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ ଦେଖିବାକୁ ମିଳିନଥିଲା ।

ପେଟ୍ରୋ-ରିଟେଲ୍ କ୍ଷେତ୍ରରେ ଯୌଥ ଉଦ୍ୟୋଗରେ ବିପିକୁ ବିକ୍ରି କରାଯାଇଥିବା ଅଂଶଧନକୁ ମିଶାଇ କମ୍ପାନୀ ପକ୍ଷରୁ ମୋଟ ୧.୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ହାସଲ କରାଯାଇଛି । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆର୍‌ଆଇଏଲ୍‌ର ନିଟ୍ ଋଣ ପରିମାଣ ୧,୬୧,୦୩୫ କୋଟି ଟଙ୍କା ଥିଲା । ଏହି ସବୁ ନିବେଶ ମାଧ୍ୟମରେ ଆର୍‌ଆଇଏଲ୍ ଏବେ ନିଟ୍ ଋଣ-ମୁକ୍ତ ହୋଇଛି ।

ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ୨୦୨୦ ଏପ୍ରିଲ୍ ୨୨ ପରଠାରୁ ଫେସବୁକ୍‌, ସିଲ୍‌ଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିିକ୍‌, କେକେଆର୍‌, ମୁବାଦଲା, ଆଦିଆ (ଏଡିଆଇଏ), ଟିପିଜି, ଏଲ୍ କାଟରଟନ୍ ଏବଂ ପିଆଇଏଫ୍ ଭଳି ବିଶ୍ୱର ଅଗ୍ରଣୀ ନିବେଶକଙ୍କ ଠାରୁ ୧,୧୫,୬୯୩.୯୩ କୋଟି ଟଙ୍କା ପୁଞ୍ଜିନିବେଶ ହାସଲ କରିଛି । ପିଆଇଏଫ୍‌ର ନିବେଶ ସହିତ ଜିଓ ପ୍ଲାଟଫର୍ମର ଏହି ପର୍ଯ୍ୟାୟର ଆର୍ଥିକ ସହଯୋଗୀ ଯୋଡ଼ିବା ପ୍ରକ୍ରିୟା ଶେଷ ହୋଇଛି ।

Leave A Reply

Your email address will not be published.