ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ।
ପିଏମ ଆବାସ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇ ଦିଆଯିବ । ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇ ଦିଆଯାଇଛି ।ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।
Comments are closed.