ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାୟୋମେଟ୍ରିକ୍ ବ୍ୟବହାର କରିବାକୁ ବାଧ୍ୟ: ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ବର: ବାୟୋମେଟ୍ରିକ ବ୍ୟବହାର କରୁନଥିବା ପ୍ରିନ୍ସପାଲ ଓ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛି ବିଭାଗ । ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରିବାକୁ ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାଧ୍ୟ ବୋଲି କୁହାଯାଇଛି ।
କୌଣସି କର୍ମଚାରୀ ଅଫିସରେ ୭ ଘଣ୍ଟା ରହୁ ନାହାନ୍ତି । ବିଭାଗ ଚେତାବନୀ ଦେଇ କହିଛି ନିର୍ଦ୍ଦେଶନାମା ଦାୟିତ୍ୱ ଏବଂ ସମୟାନୁବର୍ତ୍ତିତା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ । କାରଣ କିଛି କର୍ମଚାରୀ ଉପସ୍ଥିତି ନିୟମ ଉଲ୍ଲଂଘନ କରୁଥିବା ରିପୋର୍ଟ ହୋଇଛି ।

ବାରମ୍ବାର ଜଣାଇବା ପରେ ମଧ୍ୟ ପ୍ରିନ୍ସପାଲ ଓ କର୍ମଚାରୀମାନେ ମନମୁତାବକ କାମ କରୁଛନ୍ତି । କାହାକୁ ନ ଜଣାଇ ମନ ଇଚ୍ଛା ଛୁଟିରେ ରହୁଛନ୍ତି । ଏନେଇ ସବୁ କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଗିଦ୍ କରି ଚିଠି ଲେଖାଯାଇଛି ।
Comments are closed.