Latest Odisha News

BREAKING NEWS

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛିା

କରୋନା କଟକଣା ଜାରି କରାଯାଇଛି ।ଏହି କଟକଣା ଅନୁସାରେ ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବେ । ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ । ଚଳିତ ମାସ ୧୨ ତାରିଖରୁ ଶ୍ରୀ ଲିଙ୍ଗରାଜଙ୍କ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ, ମନ୍ଦିର ମସଜିଦ୍ , ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବ ।

ହେଲେ ଏହି ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତମାନେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛିା ସେପଟେ ଧର୍ମାନୁଷ୍ଠାନକୁ ଯିବା ସମୟରେ ଫଟୋ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।ଶ୍ରଦ୍ଧାଳୁମାନେ ମନ୍ଦିରକୁ ଭୋଗ ନେବା ବାରଣ କରାଯାଇଛିାସୂଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ମନ୍ଦିର ଗୁଡିକ କିଛି ଦିନ ପାଇଁ ବନ୍ଦ ରହିଥିଲା ।ଏବେ ସ୍ଥିତି ସୁଧୁରିବା ପରେ ଖୋଲିବ ମନ୍ଦିର ।

Comments are closed.