Latest Odisha News

BREAKING NEWS

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି ଯିଏ କି ନଗଦ ନୁହେଁ ବରଂ ଡିଜିଟାଲ୍ ପ୍ଲାଟଫର୍ମରେ ଭିକ ମାଗିବାକୁ ପସନ୍ଦ କରନ୍ତି ।

ବିହାର ବେଟିଆହ ରେଳବାଇ ଷ୍ଟେସନରେ ରାଜୁ ପଟେଲ୍ ନାମକ ଜଣେ ଭିକାରୀ ଚର୍ଚ୍ଚାକୁ ଆସିଛନ୍ତି । ଭିକ ମାଗିବାର ନିଆରା ଅନ୍ଦାଜ ତାଙ୍କୁ ଲୋଚଲୋଚନକୁ ଆଣିଛି । ନଗଦ ନୁହେଁ ବରଂ ଡିଜିଟାଲ୍ ମନି ଟ୍ରାନ୍‌ଜାକ୍ସନ୍ ପ୍ଲାଟଫର୍ମ ଫୋନ୍ ପେ ଜରିଆରେ ସେ ଭିକ ଗ୍ରହଣ କରିଥାନ୍ତି । ଏପରିକି ସେ ନିଜର କ୍ୟୁଆର୍ କୋଡ୍ ମଧ୍ୟ ରଖିଛନ୍ତି । ଯାହାକୁ ସ୍କାନ୍ କରି ସହୃଦୟ ବ୍ୟକ୍ତିମାନେ ତାଙ୍କୁ ଭିକ ଦେଇଥାନ୍ତି ।

କରୋନା ମହାମାରୀ ସମୟରେ ନଗଦ ଟଙ୍କା ନେଣଦେଣ ପ୍ରାୟତଃ କମ୍ ଦେଖିବାକୁ ମିଳିଥିଲା । ଏଥିପାଇଁ ରାଜୁଙ୍କୁ ମଧ୍ୟ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । ଖାସ୍ ଏହି କାରଣରୁ ସେ ଫୋନ୍ ପେ ଜରିଆରେ ଲୋକଙ୍କଠାରୁ ଭିକ ଗ୍ରହଣ କରିବାକୁ ଉପାୟ ପାଂଚିଥିଲେ ।

Comments are closed, but trackbacks and pingbacks are open.