Latest Odisha News

କାଲିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଧାର୍ମିକ ଅନୁଷ୍ଠାନ, ପାର୍କ ଓ ବେଳାଭୂମି ସପ୍ତାହେ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣରେ ଆଜି ୯ଗୁଣା ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । କାଲିଠୁ ଏପ୍ରିଲ ୨୧ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ । ଏହ ସମୟରେ ଧାର୍ମିକ ଅନୁଷ୍ଠାନର ବିଶୋଧନୀକରଣ କରାଯିବ । କେବଳ ପୂଜକ ନୀତି ସଂପାଦନ କରିବେ ।

ସେହିପରି ଜିଲ୍ଲାର ସବୁ ପାର୍କ, ବେଳାଭୂମି, ପଡ଼ିଆ ଓ ହ୍ରଦ ବି କାଲିଠୁ ବନ୍ଦ । ଏହାସହ ଜିଲ୍ଲାରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପର୍ବ ପାଳନ ନିଷେଧ କରିଛି ପ୍ରଶାସନ । ଏନେଇ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିୟମର ଅବମାନନା କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ । ନୂଆକଟକଣା ବାବଦରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅବଗତ ବି କରାଯାଉଛି ।

ଗତକାଲି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୯ ଜଣ ପଜିଟିଭ୍ । ଆଜି ଏହି ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ଆଗକୁ ବଢ଼ିବା ସମ୍ଭାବନା ବି ରହିଛି । ତାପୂର୍ବରୁ କଟକଣାକୁ କଡ଼ାକଡ଼ି କରାଯାଉଛି ।

Leave A Reply

Your email address will not be published.