Latest Odisha News

BREAKING NEWS

ବୁଲେଟ୍ ଠକେଇ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କମ୍ ଦାମରେ ବୁଲେଟ୍ ଯୋଗାଇ ଦେବା କହି ଠକେଇ ଘଟଣାରେ ବିକ୍ରମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି।

ଏହି ତିନି ଅଭିଯୁକ୍ତ ୫୫,୦୦୦ ଟଙ୍କା ରିହାତି ମୂଲ୍ୟରେ ବୁଲେଟ୍ ଦେବେ ବୋଲି କହି ଜଣେ ବ୍ୟକ୍ତିଙ୍କୁ ଠକିଥିଲେ। ତେବେ ଠକେଇର‌ ଶୀକାର ହୋଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ ଗାଡ଼ି ବିଜ୍ଞାପନ ଦେଖି ଫସି ଯାଇଥିଲେ। ଯାହା ପରେ ସମ୍ପୃକ୍ତ ଯୁବକ ଜଣକ ପୋଲିସର ଆଶ୍ରୟ ନେଇଥିଲେ।

ସୂଚନା ଅନୁଯାୟୀ ଅଭିଯୋଗକାରୀ ଜଣକ ବିକ୍ରେତାଙ୍କ ନିକଟକୁ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ମୋଟ୍ ୫୫,୦୦୦ ଟଙ୍କା ଜମା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ନା ତାଙ୍କୁ ଗାଡି କିମ୍ବା ଟଙ୍କା ମଧ୍ୟ ଫେରସ୍ତ ମିଳିଲା ନାହିଁ।

ବ୍ୟକ୍ତି ଜଣକ ବିକ୍ରମପୁର ପୋଲିସ ନିକଟରେ ଏକ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ଏହି ଠକେଇ ମାମଲାରେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କୃଷ୍ଣ ଚନ୍ଦ୍ର ବାରିକ (୨୬), ଗଣେଶ ବାରିକ (୨୩) ଏବଂ କୃଷ୍ଣ ମୁଖୀ।

Leave A Reply

Your email address will not be published.