Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ୱରରେ ଖୋଲିଲା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିଛି ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣାରେ ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିନାହିଁ । ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ।

କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ଧର୍ମାନୁଷ୍ଠାନରେ ପ୍ରବେଶ କରିବେ । ମାସ୍କା ନପିନ୍ଧିଲେ ଏଣ୍ଟ୍ରି ଅନୁମତି ମିଳିବ ନାହିଁ । ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ରକ୍ଷା କରିବେ ସମସ୍ତେ । କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ ।

ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ ପାଠ କରିପାରିବେ ।ଧର୍ମାନୁଷ୍ଠାନରେ କିଭଳି ସାମାଜିକ ଦୂରତା ରହିବ ସେହି ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ନେବେ ।

ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । କେହି ଧର୍ମାନୁଷ୍ଠାନ ଭିତରକୁ ପୂଜା ସାମଗ୍ରୀ ନେଇ ପାରିବେ ନାହିଁ । ନିୟମର ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.