Latest Odisha News

BREAKING NEWS

ଦିଲ୍ଲୀ ବାହୁଡ଼ିବେ ଅଶ୍ୱିନୀ ବୈଷ୍ଣବ: ଓଡ଼ିଶାରେ ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଜନ ଆଶୀର୍ବାଦ ଯାତ୍ରାରେ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିଲ୍ଲୀ ବାହୁଡ଼ିବେ । ୪ ଦିନିଆ ଓଡ଼ିଶା ରହଣିରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ । ମାରାଥନ୍ କାର୍ୟ୍ୟକ୍ରମରେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ । ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଲୋକଙ୍କ ସହ ସମସ୍ୟା ବାବଦରେ ପଚାରି ବୁଝିଥିଲେ ରେଳମନ୍ତ୍ରୀ ।

ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ଚାଲିଥିବା ବିଭିନ୍ନ କେଳ ପ୍ରକଳ୍ପକୁ ସେ ଅଗ୍ରାଧିକାର ଦେବେ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣ କାମ ଉଭୟ ପଟରୁ ତ୍ୱରିତ ହୋଇଛି । ବିଛୁପାଲ୍ଲିରୁ ସୋନପୁର ଓ ମହୀପୁରରୁ ନୂଆଗାଁଓ/ଦଶପଲ୍ଲା ଯାଏ ଦ୍ରୁତ ଗତିରେ ଆଗେଇଛି ।
ସେହିପରି ନର୍ଲାରେ ଓ୍ୱାଗନ୍ ପ୍ରକଳ୍ପ ତ୍ୱରାନ୍ୱିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ । ଏହାବ୍ୟତୀତ ବଲାଙ୍ଗିର-ନୂଆପଡ଼ା ରେଳ ପ୍ରକଳ୍ପ ଦାବି ଉପରେ ବିସ୍ତୃତ ଭାବରେ ବିଚାର କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ବିଶେଷ କରି କେବିକେ ଅଞ୍ଚଳର ଗସ୍ତ କରି ଲୋକଙ୍କ ସମସ୍ୟା ବୁଲି ଦେଖିବା ସହ ପଚାରି ବୁଝିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Leave A Reply

Your email address will not be published.